ଯଶସ୍ବୀଙ୍କ ଅପରାଜିତ ଶତକ, ଭାରତ ୩୩୬/୬  ...Middle East

News room odisha - News
ଯଶସ୍ବୀଙ୍କ ଅପରାଜିତ ଶତକ, ଭାରତ ୩୩୬/୬ 
ବିଶାଖାପାଟନମ୍: ଯୁବ ଓପନର୍ ଯଶସ୍ୱୀ ଜୈସୱାଲଙ୍କ ଅପରାଜିତ ୧୭୯ ରନର ଇନିଂସ ବଳରେ ଭାରତ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ୬ ୱିକେଟ୍ ହରାଇ ୩୩୬ ରନ୍ କରିଛି। ବାମହାତୀ ବ୍ୟାଟ୍ସମ୍ୟାନ୍ ଜୈସୱାଲ ଚମତ୍କାର ପ୍ରଦର୍ଶନ ସହ ୮୯ ବଲରେ ନିଜ ଅର୍ଦ୍ଧଶତକ ପୂରଣ କରିଥିଲେ । ପରେ ଆଉ ୬୨ଟି ବଲରେ କ୍ୟାରିୟରର ଦ୍ୱିତୀୟ ଟେଷ୍ଟ ଶତକ ହାସଲ କରିଥିଲେ। ଏଥିସହ ଏହି ୨୨ ବର୍ଷୀୟ ବ୍ୟାଟ୍ସମ୍ୟାନ୍ ଏପର୍ଯ୍ୟନ୍ତ ୧୦ଟି ଟେଷ୍ଟ ଇନିଂସରୁ ଦୁଇଟି ଶତକ ଓ ସମାନ ସଂଖ୍ୟକ ଅର୍ଦ୍ଧଶତକ ହାସଲ କରିଛନ୍ତି । ଗତ ବର୍ଷ ଓ୍ବେଷ୍ଟଇଣ୍ଡିଜରେ ନିଜ ଟେଷ୍ଟ ଡେବ୍ୟୁରେ ଜୈସୱାଲ ୧୭୧ ରନ୍ କରିଥିଲେ। ଜୈସୱାଲ ଏପର୍ଯ୍ୟନ୍ତ ତାଙ୍କ ଇନିଂସରେ ୧୭ ଚୌକା ଓ ୫ଟି ଛକା ମାରିଛନ୍ତି। ଷ୍ଟମ୍ପ ଅପସାରଣ ବେଳକୁ ଯଶସ୍ବୀଙ୍କ ସହ ରବିଚନ୍ଦ୍ରନ ଅଶ୍ବିନ ୫ ରନ୍ କରି ଅପରାଜିତ ଅଛନ୍ତି । ପୂର୍ବରୁ ଭାରତ ଟସ୍ ଜିତି ବ୍ୟାଟିଂ କରିଥିଲା। ହେଲେ ଯଶସ୍ବୀଙ୍କୁ ଛାଡ଼ିଦେଲେ

Read More Details
Finally We wish PressBee provided you with enough information of ( ଯଶସ୍ବୀଙ୍କ ଅପରାଜିତ ଶତକ, ଭାରତ ୩୩୬/୬  )

Apple Storegoogle play

Also on site :