ଭୁବନେଶ୍ବର: ଭାରତୀୟ ମାନକ ବ୍ୟୁରୋ (ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡସ୍ ) ଏବଂ ଓଡିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ମିଳିତ ଆନୁକୂଲ୍ୟରେ ମାନକୀକରଣ ଏବଂ ଦ୍ରବ୍ୟ ଓ ସେବା କ୍ଷେତ୍ରରେ ଗୁଣାତ୍ମକତା ସଂପର୍କରେ ଦ୍ଵିତୀୟ ରାଜ୍ୟସ୍ତରୀୟ ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ, ଏ କ୍ଷେତ୍ରରେ ଉଭୟ ଭାରତୀୟ ମାନକ ବ୍ୟୁରୋ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ସହଯୋଗକୁ ସହଜ କରିବାରେ ସାହାଯ୍ୟ କରିବ ।
ଜନସାଧାରଣ ଏବଂ ସରକାରୀ କର୍ମଚାରୀଙ୍କ ମଧ୍ଯରେ ଉତ୍ପାଦ, ସେବାର ମାନକୀକରଣ ଏବଂ ଗୁଣବତ୍ତା ସଚେତନତା ସଂପର୍କରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ସଭାରେ ଶିଳ୍ପ ତଥା ଅଣୁ, କ୍ଷୁଦ୍ର ଓ ମଧ୍ଯମ ଉଦ୍ୟୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଏବଂ ପୂର୍ତ୍ତ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ଯାଣ ତଥା ସୂଚନା ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ, ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡସ୍ (ବିଆଇଏସ),ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସମେତ ରାଜ୍ୟ ସରକାରଙ୍କ ଅନ୍ୟ ସଂପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ପଦାକାରୀ ଏବଂ ଔଦ୍ୟୋଗିକ ସଂଘରୁ କର୍ତ୍ତୃପକ୍ଷମାନେ ଅଂଶଗ୍ରହଣ କରିଥିଲେ । ଭାରତୀୟ ମାନକକୁ କାର୍ଯ୍ୟକାରୀ କରି ରାଜ୍ୟରେ ଏକ ସୁସ୍ଥ ଗୁଣବତ୍ତା ଇକୋସିଷ୍ଟମ୍ ବିକାଶ ବିକାଶକୁ ସମର୍ଥନ କରି କରିବା ଉପରେ ଏହି ବୈଠକରେ ଗୁରୁତ୍ବ ଦିଆଯାଇଥିଲା ।
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ମାନକୀକରଣ ଏବଂ ଦ୍ରବ୍ୟ ଓ ସେବା କ୍ଷେତ୍ରରେ ଗୁଣାତ୍ମକତା ସଂପର୍କିତ ରାଜ୍ୟସ୍ତରୀୟ କମିଟି ବୈଠକ ଅନୁଷ୍ଠିତ News Room Odisha.
Read More Details
Finally We wish PressBee provided you with enough information of ( ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ମାନକୀକରଣ ଏବଂ ଦ୍ରବ୍ୟ ଓ ସେବା କ୍ଷେତ୍ରରେ ଗୁଣାତ୍ମକତା ସଂପର୍କିତ ରାଜ୍ୟସ୍ତରୀୟ କମିଟି ବୈଠକ ଅନୁଷ୍ଠିତ )
Also on site :