ଦିଲ୍ଲୀରୁ ଆଇଏସ୍ ଆତଙ୍କବାଦୀଙ୍କ ଗିରଫ ...Middle East

News room odisha - News
ଦିଲ୍ଲୀରୁ ଆଇଏସ୍ ଆତଙ୍କବାଦୀଙ୍କ ଗିରଫ
ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଜାତୀୟ ରାଜଧାନୀରୁ ଜଣେ ଆଇଏସ୍ ଆତଙ୍କବାଦୀଙ୍କୁ ଗିରଫ କରିଛି। ଆତଙ୍କବାଦୀଙ୍କ ନାମ ଶାହନାୱାଜ ବୋଲି କୁହାଯାଇଛି । ଜାତୀୟ ସୁରକ୍ଷା ଏଜେନ୍ସି (ଏନ୍ଆଇଏ) ଏହି ଆତଙ୍କବାଦୀ ମୁଣ୍ଡ ଉପରେ ୩ ଲକ୍ଷ ଟଙ୍କା ପୁରସ୍କାର ରଖିଥିଲା। ଶାହନାୱାଜ ଏନଆଇଏର ମୋଷ୍ଟ ଓ୍ବାଣ୍ଟେଡ୍ ତାଲିକାରେ ରହିଥିଲା । ପୁଣେ ଆଇଏସ୍ ମାମଲାରେ ଶାହନାୱାଜଙ୍କୁ ଖୋଜୁଥିଲା ଏନ୍ଆଇଏ । ଦିଲ୍ଲୀ ପୋଲିସ ସୂଚନା ଅନୁଯାୟୀ ଶାହନାୱାଜ ଦିଲ୍ଲୀ ବାସିନ୍ଦା। ସେ ପେସାରେ ଜଣେ ଇଞ୍ଜିନିୟର | ଆଇଏଏସ୍ ପୁଣେ ମଡ୍ୟୁଲ୍ ମାମଲାରେ ଏନଆଇଏ ୭ ଜଣଙ୍କୁ ଗିରଫ କରିଥିଲା। ଏହି ସମୟ ମଧ୍ୟରେ ତିନି ଜଣ ଆତଙ୍କବାଦୀ ଖସି ପଳାଇ ଦିଲ୍ଲୀରେ ଲୁଚିଥିଲେ। ସେମାନଙ୍କ ମଧ୍ୟରୁ ଶାହନାୱାଜ ଓଧଫ୍ ଶାଫି ଉଜ୍ଜାମ ଅନ୍ୟତମ । The post ଦିଲ୍ଲୀରୁ ଆଇଏସ୍ ଆତଙ୍କବାଦୀଙ୍କ ଗିରଫ appeared first on News Room Odisha.

Read More Details
Finally We wish PressBee provided you with enough information of ( ଦିଲ୍ଲୀରୁ ଆଇଏସ୍ ଆତଙ୍କବାଦୀଙ୍କ ଗିରଫ )

Apple Storegoogle play

Also on site :