ଭୁବନେଶ୍ୱର : ଓଡିଶା ମିଳିତ ପ୍ରବେଶିକା ପରୀକ୍ଷା (OJEE-2025) ର ଫଳାଫଳ ଆଜି ପ୍ରକାଶ ପାଇଛି। ଓଡିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, SCTEVT ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ OJEE -2025 ର ଫଳାଫଳ ଘୋଷଣା କରିବା ସହିତ ଫଳାଫଳ ପୁସ୍ତିକାର ଶୁଭ ଉନ୍ମୋଚନ କରିଛନ୍ତି ।
ମନ୍ତ୍ରୀ ସ୍ୱାଇଁ କୃତୀ ଛାତ୍ର ଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ପରିଶ୍ରମ ଓ ଅଧ୍ୟବସାୟକୁ ଅବ୍ୟାହତ ରଖି ଆଗାମୀ ଜୀବନରେ ସଫଳତା ହାସଲ କରିବା ସହିତ ଜଣେ ଜଣେ ସୁନାଗରିକ ହୋଇ ଓଡିଶାର ସୁନାମକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅଧିକରୁ ଅଧିକ ଋଦ୍ଧିମନ୍ତ କରିବା ପାଇଁ ପରାମର୍ଶ ଦେଇଛନ୍ତି ।
2025-26 ଶିକ୍ଷାବର୍ଷ ନିମନ୍ତେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ବିଶ୍ୱବିଦ୍ୟାଳୟ ଓ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ପ୍ରଚଳିତ 17 ଗୋଟି ବୈଷୟିକ ଏବଂ ବୃତ୍ତିଗତ ପାଠ୍ୟକ୍ରମ ଯଥା B.CAT, LE-BTech. (for Diploma students), LE-BTech. (for B.Sc. students), B. Pharm., MBA, MCA, Int. MBA, LE-Pharm., M.Pharm, M. Arch, M. Plan, M. Tech., Basic B.Sc Nursing, Post Basic B.Sc Nursing, M.Sc Nursing, and Post Diploma Nursing ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।
ସମସ୍ତ ପାଠ୍ୟକ୍ରମ ପାଇଁ କମ୍ପୁଟର ଆଧାରିତ ପରୀକ୍ଷା (Computer Based Test) ମାଧ୍ୟମରେ ପ୍ରବେଶିକା ପରୀକ୍ଷା କରଯାଇଥିଲା । ଚଳିତ ବର୍ଷ ରାଜ୍ୟର ସମସ୍ତ 30ଟି ଜିଲ୍ଲା ସହିତ ରାଜ୍ୟ ବାହାରେ 03ଟି ସହର ଯଥା କୋଲକାତା, ପାଟନା ଏବଂ ରାଞ୍ଚିରେ, ସର୍ବ ମୋଟ 70 ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା ।
ଏ ବର୍ଷ ସମୁଦାୟ 92,488 ପରୀକ୍ଷାର୍ଥୀ ପଞ୍ଜୀକୃତ ହୋଇଥିବାବେଳେ 80,324 ପରୀକ୍ଷାର୍ଥୀ (86.84 ଶତକଡା ) ପରୀକ୍ଷାରେ ଅଂଶ ଗ୍ରହଣ କରିଥିଲେ । ନର୍ସିଙ୍ଗ ପାଠ୍ୟକ୍ରମ ବ୍ୟତୀତ, ଅନ୍ୟାନ୍ୟ ପାଠ୍ୟକ୍ରମ ମଧ୍ୟରୁ 55,362 ପରୀକ୍ଷାର୍ଥୀଙ୍କୁ ନିଜ ନିଜ ର ପ୍ରଦର୍ଶନ ଅନୁଯାୟୀ ସେମାନଙ୍କର ଅନୁରୂପ ପାଠ୍ୟକ୍ରମରେ ସ୍ଥାନ (Rank) ମିଳିଛି । ଶ୍ରୀ ସମର୍ଥ ବର୍ମା, ନିର୍ଦ୍ଦେଶକ, ବୈଷୟିକ ଶିକ୍ଷା ଏବଂ ତାଲିମ ନିର୍ଦ୍ଦେଶାଳୟ, ଶ୍ରୀ ସୁକାନ୍ତ କୁମାର ପ୍ରଧାନ, ବିଭାଗୀୟ ଅତିରିକ୍ତ ଶାସନ ସଚିବ, ଶ୍ରୀ ଦେବ ପ୍ରକାଶ ଶତପଥି, ଅଧ୍ୟକ୍ଷ ଓ ଶ୍ରୀ ରଞ୍ଜନ କୁମାର ଜେନା, ସମ୍ପାଦକ, ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ।
ଓଜେଇଇ -୨୦୨୫ର ଫଳାଫଳ ପ୍ରକାଶିତ, କୃତୀ ଛାତ୍ର ଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ମନ୍ତ୍ରୀ News Room Odisha.
Read More Details
Finally We wish PressBee provided you with enough information of ( ଓଜେଇଇ -୨୦୨୫ର ଫଳାଫଳ ପ୍ରକାଶିତ, କୃତୀ ଛାତ୍ର ଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ମନ୍ତ୍ରୀ )
Also on site :