ପୋପ୍‌ ଫ୍ରାନସିସ୍‌ଙ୍କ ସମ୍ମାନାର୍ଥେ ୩ ଦିନିଆ ଶୋକ ପାଳନ ...Middle East

News by : (News room odisha) -

ଭୁବନେଶ୍ଵର: ଖ୍ରୀଷ୍ଟ ଧର୍ମର ସର୍ବୋଚ୍ଚ ଧର୍ମଗୁରୁ ପୋପ୍‌ ଫ୍ରାନସିସ୍‌ଙ୍କ ପରଲୋକରେ ସମଗ୍ର ଦେଶରେ ୩ ଦିନିଆ ଶୋକ ପାଳନ କରିବାକୁ ଭାରତ ସରକାର ଘୋଷଣା କରିଛନ୍ତି ।ଏହି ପରିପ୍ରେକ୍ଷୀରେ ଧର୍ମଗୁରୁ ପୋପ୍‌ ଫ୍ରାନସିସ୍‌ଙ୍କ ସମ୍ମାନାର୍ଥେ ୩ ଦିନିଆ ଶୋକ ପାଳନ କରିବାକୁ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଆଜି ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଚଳିତ ଏପ୍ରିଲ ୨୨ ଓ ୨୩ ତାରିଖ ଏବଂ ଶେଷକୃତ୍ୟ ସମ୍ପନ୍ନ ହେବା ଦିନ ଏହି ଶୋକ ପାଳନ କରାଯିବ । ଏହି ସମୟରେ ସମସ୍ତ ସରକାରୀ କାର୍ଯ୍ୟାଳୟରେ ଉଡ଼ୁଥିବା ଜାତୀୟ ପତାକାକୁ ଅର୍ଦ୍ଧନମିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶୋକ ପାଳନ ସମୟରେ ସରକାରୀ ଆମୋଦ ପ୍ରମୋଦ କାର୍ଯ୍ୟକ୍ରମରୁ ବିରତ ରହିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ଶୋକ ପାଳନ କରିବା ପାଇଁ ଗୃହ ବିଭାଗର ଯୁଗ୍ମ ସଚିବ ଜି. ଜଗଦୀଶ କୁମାର ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ବିଭାଗର ମୁଖ୍ୟମାନଙ୍କୁ ଜଣାଇଛନ୍ତି।

ପୋପ୍‌ ଫ୍ରାନସିସ୍‌ଙ୍କ ସମ୍ମାନାର୍ଥେ ୩ ଦିନିଆ ଶୋକ ପାଳନ News Room Odisha.

Read More Details
Finally We wish PressBee provided you with enough information of ( ପୋପ୍‌ ଫ୍ରାନସିସ୍‌ଙ୍କ ସମ୍ମାନାର୍ଥେ ୩ ଦିନିଆ ଶୋକ ପାଳନ )

Also on site :

Most Viewed News
جديد الاخبار