ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଉତ୍କଳୀୟଙ୍କ ଧର୍ମଧାରଣାରେ ଏକ ପ୍ରମୁଖ ସ୍ଥାନର ଅଧିକାରୀ l ଉତ୍କଳର ବିଭିନ୍ନ ସ୍ଥାନରେ ବହୁ ପୁରାତନ ରଘୁନାଥଜୀଉ ମନ୍ଦିରମାନ ପ୍ରତିଷ୍ଠିତ ହୋଇ ଉତ୍କଳୀୟଙ୍କ ରାମଭକ୍ତିର ପରାକାଷ୍ଠା ପ୍ରତିପାଦନ କରୁଛି l କୋଟି ଓଡ଼ିଆର ମଉଡ଼ମଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉତ୍ସବ ବିଗ୍ରହଙ୍କ ବିଜେ ଆସ୍ଥାନ ଦକ୍ଷିଣ ଘରେ ବିରାଜିତ କମନୀୟ କୋଦଣ୍ଡଧାରୀ ଅଷ୍ଟଧାତୁ ରାମବିଗ୍ରହ ଅନନ୍ୟ l ଓଡ଼ିଶାର ପ୍ରସିଦ୍ଧ ରାମଉପାସନାର କ୍ଷେତ୍ର ରୂପେ ନୟାଗଡ଼ ଓଡ଼ଗାଁ ବିଜେ ଶ୍ରୀରଘୁନାଥଜୀଉ ସର୍ବଜନବିଦିତ l ଏଠାରେ ନିମ୍ବ କାଠରେ ନିର୍ମିତ ରଘୁନାଥ, ସୌମିତ୍ରୀ, ମାଆ ଜାନକୀଙ୍କ ସୋମ୍ୟ ବିଗ୍ରହ ବିଗତ ପାଞ୍ଚସହ ବର୍ଷ ଧରି ପୂଜିତ ହୋଇ ଆସୁଛନ୍ତି l ଏଠାରେ ଶ୍ରୀଜୀଉ ତ୍ରେତୟାକାଳୀନ ବନବାସୀ ସ୍ୱରୂପରେ ପୂଜିତ l ନୟାଗଡ଼ ଦଶପଲ୍ଲାରେ ପୂଜିତ ତ୍ରିଭଙ୍ଗୀ ଠାଣିରେ ରଘୁନାଥ ବିଗ୍ରହ ସମଗ୍ର ଓଡ଼ିଶାରେ ସ୍ୱତନ୍ତ୍ର l ଏପରି ବିଗ୍ରହ ବିରଳ l କଳାମୁଗୁନି ପ
Read More Details
Finally We wish PressBee provided you with enough information of ( ଉତ୍କଳରେ ରାମ ଉପାସନା )
Also on site :