ଆଜି ଓଡ଼ିଶା ଫେରିବେ ଉଦ୍ଧାର ଶ୍ରମିକ ...Middle East

News by : (News room odisha) -
ଭୁବନେଶ୍ୱର – ଉତ୍ତରାଖଣ୍ଡ ଉତ୍ତରକାଶୀ ଟନେଲରୁ ଉଦ୍ଧାର ହୋଇଥିବା ୫ ଜଣ ଓଡ଼ିଆ ଶ୍ରମିକ ଆଜି ଓଡ଼ିଶା ଫେରୁଛନ୍ତି । ଉଦ୍ଧାର ହେଲା ପରେ ୫ ଓଡ଼ିଆଙ୍କ ସମେତ ୪୧ ଜଣ ଶ୍ରମିକଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଋଷିକେଶ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଗତକାଲି ଡିସଚାର୍ଜ ହେବା ପରେ ଓଡ଼ିଆ ଶ୍ରମିକମାନେ ଦିଲ୍ଲୀ ଆସି ଓଡ଼ିଶା ଭବନରେ ରହିଥିଲେ। ଆଜି ଶ୍ରମିକ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଆଣି ଭୁବନେଶ୍ବର ଆସିବେ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକଙ୍କ ସହ ଶ୍ରମ ବିଭାଗର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ରହିଥିଲେ । ଟନେଲରୁ ଉଦ୍ଧାର ହେବା ପରେ ଚିକିତ୍ସାଧୀନ ଓଡ଼ିଆ ଶ୍ରମିକଙ୍କ ସହ ଗତକାଲି କଥା ହୋଇଥିଲେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ହସ୍ପିଟାଲରେ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକଙ୍କ ଉପସ୍ଥିତିରେ ଶ୍ରମିକଙ୍କ ସହ ଭିଡିଓ କଲ କରି କଥା ହୋଇଥିଲେ

Read More Details
Finally We wish PressBee provided you with enough information of ( ଆଜି ଓଡ଼ିଶା ଫେରିବେ ଉଦ୍ଧାର ଶ୍ରମିକ )

Also on site :

Most Viewed News
جديد الاخبار