ନୂଆଦିଲ୍ଲୀ: ଅକ୍ଟୋବର ମାସ ଆରମ୍ଭ ହୋଇଥିବା ବେଳେ କିଛି ନିୟମରେ ପରିବର୍ତ୍ତନ ହୋଇଛି ଯାହା ସାଧାରଣ ଲୋକଙ୍କୁ ପ୍ରଭାବିତ କରିପାରେ | କ୍ରେଡିଟ୍ ଏବଂ ଡେବିଟ୍ ଠାରୁ ଆରମ୍ଭ କରି କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ, ଟିସିଏସ୍ ନିୟମ ଆଦି ବଦଳିଛି | ଆଜିଠାରୁ କେଉଁ ନିୟମ ବଦଳିଛି ଆସନ୍ତୁ ଜାଣିବା.. କମର୍ସିଆଲ ଗ୍ୟାସ ସିଲିଣ୍ଡର ମହଙ୍ଗା : ନୂଆ ମାସ ଆରମ୍ଭ ସହିତ ସାଧାରଣ ଲୋକଙ୍କୁ ଝଟକା ଲାଗିଛି। ଅକ୍ଟୋବର ୧ରୁ କମର୍ସିଆଲ ଗ୍ୟାସ ସିଲିଣ୍ଡର ୨୦୯ ଟଙ୍କା ମହଙ୍ଗା ହୋଇଛି । ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ ୧୯ କିଲୋଗ୍ରାମର ଗ୍ୟାସ୍ ସିଲିଣ୍ଡର ୧୭୩୧.୫୦ ଟଙ୍କାରେ ବିକ୍ରି ହେବ | ଚେନ୍ନାଇରେ କମର୍ସିଆଲ ଏଲପିଜି ୧୬୯୫ ଟଙ୍କା, ମୁମ୍ବାଇରେ ୧୬୮୪ ଏବଂ କୋଲକାତାରେ ୧୬୩୬ ଟଙ୍କା ହୋଇଛି । ଏଟିଏଫ୍ ମୂଲ୍ୟରେ ବୃଦ୍ଧି: ପାର୍ବଣ ଋତୁ ଆରମ୍ଭ ପୂର୍ବରୁ ବିମାନ ଇନ୍ଧନ ମୂଲ୍ୟରେ ବି ବୃଦ୍ଧି କରିଛନ୍ତି ସରକାର | ଯାହା ଫଳରେ ଏବେ ବିମାନ ଯାତ୍ରା ଆହୁରି ମହଙ୍ଗା ହୋଇଯିବ ।
Read More Details
Finally We wish PressBee provided you with enough information of ( ଆଜିଠାରୁ ବଦଳିଲା ଏହି ସବୁ ନିୟମ )
Also on site :